ପିପିଲି ପାଇଁ କଂଗ୍ରେସର ୩୦ ଷ୍ଟାର ପ୍ରଚାରକ

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି।

ଶୁକ୍ରବାର କଂଗ୍ରେସ ଘୋଷଣା କରିଥିବା ତାଲିକାରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତଚରଣ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ରହିଛନ୍ତି। ସେହିପରି ରୁଦ୍ର ରାଜୁ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝି, ଶରତ ରାଉତ, ବିଶ୍ୱ ରଞ୍ଜନ ମହାନ୍ତି, ରାଗିଣୀ ନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଲା ତିରିଆ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ରହିଛି।

ସେହିପରି ସାଂସଦ ସପ୍ତଗିରି ଉଲାକା, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସାଲୁଜା, ରମେଶ ଜେନା, ମହମ୍ମଦ ମୋକିମ, ଅଧୀର ରଞ୍ଜନ ଚୌଧୁରୀ, ସି ଏସ୍ ରାଜନ ଏକ୍କା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ପରିଡା, ସଂଗ୍ରାମ କେଶରୀ ଜେନା, ସ୍ମୃତି ରଂଜନ ଲେଙ୍କା, ସତ୍ୟ ପ୍ରକାଶ ନାୟକ ଓ ସୟଦ ୟାସିର ନବାଜଙ୍କ ନାମ ସ୍ଥାନ ପାଇଛି। ଏମାନେ ସମସ୍ତେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଲାଗି ପ୍ରଚାର କରିବେ।

Leave a Reply

Your email address will not be published. Required fields are marked *

Back to top button