ପିପିଲି ଉପନିର୍ବାଚନ : ୧୨ ଜଣଙ୍କ ପ୍ରାର୍ଥିପତ୍ର କାଏମ

ପୁରୀ : ପିପିଲି ଉପନିର୍ବାଚନ ପାଇଁ ଦାଖଲ ରାର୍ଥିପତ୍ର ଗୁଡ଼ିକ ମଧ୍ୟରୁ ୩ଟି ଖାରଜ ହୋଇଛି। ୧୨ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ଅବଜରଭର ଅଫିସର ପ୍ରଦୀପ ସାହୁ ସୂଚନା ଦେଇଛନ୍ତି। ଯେଉଁମାନଙ୍କର ପ୍ରାର୍ଥିପତ୍ର ଖାରଜ ହୋଇଛି ସେମାନେ ହେଲେ ସନ୍ତୋଷ ଦାସ, ସନ୍ତୋଷ ମହାପାତ୍ର ଓ ପ୍ରିୟ ରଞ୍ଜନ ମିଶ୍ର।

ଆସନ୍ତା ୩ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସେହିଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାର ସମୟ ରହିଛି। ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ମେ’ ୨ ତାରିଖରେ ଫଳାଫଳ ଘୋଷଣା ହେବ।

Leave a Reply

Your email address will not be published. Required fields are marked *

Back to top button