ପିପିଲି ଉପନିର୍ବାଚନ ପାଇଁ ଜାରିହେଲା ବିଜ୍ଞପ୍ତି : ମେ’୧୩ରେ ଭୋଟ, ୧୭ରେ ଫଳାଫଳ

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାନି ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ପିପିଲି ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ମେ’ ୧୮ ତାରିଖ ସୁଦ୍ଧା ଶେଷ ହେବ। ଏପ୍ରିଲ ୨୬ ନାମାଙ୍କନ ଦାଖଲର ଶେଷ ତାରିଖ। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ ଓ ୨୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି।

ସେହିପରି ଆସନ୍ତା ମେ’ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବ। ୧୭ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button