ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି। ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏଥିରେ ସଦସ୍ୟ ରହିଛନ୍ତି।

ଏହି କମିଟି ପିପିଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ବ୍ଲକକୁ ଯାଇ ଦଳୀୟ ସ୍ଥିତି ଅନୁଧ୍ୟାନ କରି କାହାକୁ ପ୍ରାର୍ଥୀ କରାଯିବ ରାଜ୍ୟ ସଭାପତିଙ୍କୁ ତିନିଜଣଙ୍କ ନାଁ ସୁପାରିଶ୍ କରିବେ। ଯେହେତୁ ପିପିଲି ନିର୍ବାଚନ ମଣ୍ଡଳୀରେ ଦଳର ବ୍ଲକ ଓ ପଞ୍ଚାୟତ କମିଟି ଗଠନ ହୋଇନାହିଁ ତେଣୁ ଆଗାମୀ ୭ଦିନ ଭିତରେ ଏସବୁ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି।

ମତାମତ ଦିଅନ୍ତୁ ।