ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୁବନେଶ୍ୱର : ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନଟି ଖାଲି ପଡ଼ିଛି। ସେଠାରେ ହେବ ଉପନିର୍ବାଚନ। ନିର୍ବାଚନ ତାରିଖ ହୋଇନାହିଁ। କିନ୍ତୁ ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଶ୍ରୀ ଲୋହାନୀ କହିଛନ୍ତି ଉପନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ବୁଥ୍‌ ଚିହ୍ନଟ ସହ ପୋଲିଂ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି। ପ୍ରତି ବୁଥ୍‌ରେ ହଜାରେ ମଧ୍ୟରେ ଭୋଟର ଭୋଟ ଦେବେ। ଅଧିକ ବୁଥ୍‌ ପ୍ରତିଷ୍ଠା ଲାଗି ବୁଥ୍‌ ଚିହ୍ନଟ ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଅକ୍ଟୋବର ୩ ତାରିଖରେ ପ୍ରଦୀପ ମହାରଥୀଙ୍କ ବିୟୋଗ ହୋଇଥିଲା। ସେହିଦିନଠାରୁ ବିଜେଡ଼ିରୁ କିଏ ପ୍ରାର୍ଥୀ ହେବ କଲ୍ପନା ଜଳ୍ପନା ଚାଲିଛି। ଚର୍ଚ୍ଚାରେ ରହିଛି ମହାରଥୀଙ୍କ ପୁଅ ଓ ପତ୍ନୀ ପ୍ରତିଭା ମହାରଥୀ ନାଁ। ତେବେ କିଏ ପ୍ରାର୍ଥୀ ହେବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ରହିଛି।

ପିପିଲିରେ ନିଜର ସ୍ଥିତି ବଜାୟ ରଖିବାକୁ ବିଜେଡି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଦଳର ସଂଗଠନ ସଜାଡିବାକୁ ଦଳୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ କିଏ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ବିଜେପିର ପ୍ରାର୍ଥୀ ପରିବର୍ତ୍ତନ ହେବନାହିଁ। ୨୦୧୯ରେ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣି ପ୍ରାର୍ଥୀ କରିବ।

Leave a Reply

Your email address will not be published. Required fields are marked *

Back to top button