ପିସିସି ସଭାପତି ପାଇଁ ତାରାଙ୍କ ଘରେ ମେଳି

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘବର୍ଷ ହେଲା କଂଗ୍ରେସ ଶାସନ କ୍ଷମତାକୁ ଫେରିପାରୁନି। ସେଥିପାଇଁ ନେତାଙ୍କର ଚିନ୍ତା ନାହିଁ। କିନ୍ତୁ ଦଳୀୟ ପଦପଦବୀ ପାଇବାକୁ ସମସ୍ତେ ଆଗ୍ରହୀ। ବାରମ୍ବାର ନିର୍ବାଚନରେ ବିଫଳ ହେବାପରେ ମଧ୍ୟ ନେତାମାନଙ୍କର ପଦପଦବୀ ହାସଲ କରିବା ମନୋଭାବରେ ସାମାନ୍ୟ ପରିବର୍ତ୍ତନ ଆସିବାପରି ମନେ ହେଉନି। ଆସନ୍ତାକାଲି ଅଲ ଇଣ୍ଡିଆ କଂଗ୍ରେସ କମିଟିର ସିଡବ୍ଲୁସି ବୈଠକ ବସିବା ପୂର୍ବରୁ ଆଜି ରାଜଧାନୀ ଭୂବନେଶ୍ଵରରେ ନେତାଙ୍କ ମେଳି ଆରମ୍ଭ ହୋଇଛି। ଏହାର କାରଣ ଆଗକୁ ପିସିସି ସଭାପତି ବଦଳିବ। ଏହି ସମ୍ଭାବନାକୁ ଦୃଷ୍ଟିରେ ଦିଲ୍ଲୀ ଲବି ପାଇଁ ନେତାମାନେ ସଜବାଜ ହେଉଥିବା କୁହାଯାଉଛି।

ଖବର ଅନୁଯାୟୀ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦରେ ରହିବେନି। ସେ ପଦ ଛାଡିବା ପରେ ବରିଷ୍ଠ ନେତାମାନେ ଦେଇଥିବା ମତାମତ ଆଧାରରେ ଦଳରେ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ସେହି କ୍ରମରେ ରାଜ୍ୟ ପିସିସି ସଭାପତି ବଦଳିବେ। ଏହି ଦାୟିତ୍ଵ କାହାକୁ ମିଳିବ। ସେଥିପାଇଁ ପ୍ରସ୍ତୁତି ଏକପ୍ରକାର ଆରମ୍ଭ ହୋଇଛି। ଏହାର ଏକ ଅଂଶ ବିଶେଷ ହେଉଛି ବିଧାୟକ ତାର ପ୍ରସାଦ ବହିନପତିଙ୍କ ଘରେ ନେତାଙ୍କ ମେଳି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଉଛି। କିଏ କାହା ପାଇଁ ଲବି କରିବ ତାହାର ସ୍ପଷ୍ଟ ସୂଚନା ମିଳନି।

ଅନ୍ୟପକ୍ଷରେ ପିସିସି ସଭାପତି ପରିବର୍ତ୍ତନ ଚର୍ଚ୍ଚାକୁ ନେଇ ବରିଷ୍ଠ ନେତା କୌଣସି ରାଜ୍ୟର ପିସିସି ପରିବର୍ତ୍ତନ ଏଆଇସିସି ଅଧ୍ୟକ୍ଷଙ୍କ କ୍ଷମତା ଭିତରେ। ଆସନ୍ତାକାଲି ସିଡବ୍ଲୁସି ମିଟିଂରେ ଏଆଇସିସି ଓ ପିସିସି ସଂଗଠନ ନେଇ ଆଲୋଚନା ହୋଇପାରେ। ଓଡ଼ିଶାରେ ବ୍ଲକ, ଜିଲ୍ଲା, ପିସିସି ଗଠନ ବିଳମ୍ବ ହୋଇଛି। ଏହା ଶୀଘ୍ର ହେବା ଦରକାର ବୋଲି ସେ କହିଛନ୍ତି ରାମଚନ୍ଦ୍ର। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ସିଡବ୍ଲୁସି ବୈଠକରେ ଦଳକୁ ମଜବୁତ୍ କରିବାକୁ ଆଲୋଚନା ହୋଇପାରେ।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ବାସଭବନରେ ବିଧାୟକ ରମେଶ ଜେନା, ବାପି ସର୍ଖେଲ, ସଂଗ୍ରାମ ଜେନା, ମାନସ ଚୌଧୁରୀ ଓ ସତ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନୂଆଖାଇ ଭେଟ ଆଳରେ ଏଇ ନେତାମାନେ ଏକଜୁଟ ହୋଇଥିଲେ ହେଁ ଉଦ୍ଦେଶ୍ୟ କିଛି ଭିନ୍ନ ବୋଲି କୁହାଯାଉଛି। ହେଲେ ତାରା କହିଛନ୍ତି ଆମେ ଚାହିଁଲେ ପିସିସି ପରିବର୍ତ୍ତନ ପରିବର୍ତ୍ତନ ହେବନି। ସୋନିଆ, ରାହୁଲ ଚାହିଁଲେ ହୋଇପାରିବ। ମୁଁ ପରିବର୍ତ୍ତନ ଲବିରେ ନାହିଁ। କିନ୍ତୁ ମିଳିଲେ ଛାଡ଼ିନି ବୋଲି ତାରା ପ୍ରସାଦ ବାହିନୀପତି ମତ ରଖିଛନ୍ତି।

ମତାମତ ଦିଅନ୍ତୁ ।