କୃଷକ ଆନ୍ଦୋଳନକୁ ପର୍ନଷ୍ଟାରଙ୍କ ସମର୍ଥନ

ନୂଆଦିଲ୍ଲୀ : ଲେବାନନ-ଆମେରିକୀୟ ମିଡ଼ିଆ ପର୍ଶନାଲିଟି ଓ ପୂର୍ବତନ ଆଡଲ୍ଟ ଷ୍ଟାର ମିୟା ଖାଲିଫା ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଟ୍ରୋଲ ହୋଇଛନ୍ତି। ସେ ଟଙ୍କା ନେଇ ଟ୍ୱିଟ୍ କରିଥିବା କିଛି ଟ୍ରୋଲର୍ସ ଅଭିଯୋଗ କରିଛନ୍ତି। ଏପରିକି ମିୟା ଖାଲିଫା ଓ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଅନ୍ୟ ସେଲିବ୍ରିଟିଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ତେବେ ମିୟା ଖାଲିଫାଙ୍କ ଉପରେ ଏସବୁ କିଛି ପ୍ରଭାବ ପଡିନି। ସେ ଲଗାତାର କୃଷକ ଆନ୍ଦୋଳନ ସମର୍ଥନରେ ଟ୍ୱିଟ କରୁଛନ୍ତି। ଏକ ଟ୍ୱିଟରେ ସେ ଟ୍ରୋଲର୍ସଙ୍କୁ ଜବାବ ଦେଇ କହିଛନ୍ତି, ସେ ସେପର୍ଯ୍ୟନ୍ତ ଟ୍ୱିଟ କରିବେ ଯେପର୍ଯ୍ୟନ୍ତ ତାଙ୍କୁ ଟଙ୍କା ନ ମିଳିଛି।

ମିୟା ଖାଲିଫା ଆମେରିକୀୟ ଅଭିନେତ୍ରୀ ଅମାଣ୍ଡା ସର୍ନିଙ୍କ ଏକ ଟ୍ୱିଟକୁ ରିଟ୍ୱିଟ୍ କରି ତାଙ୍କୁ ଟାର୍ଗେଟ କରିଛନ୍ତି। ମିୟା ଖାଲିଫାଙ୍କ ଭଳି ଅମାଣ୍ଡା ସର୍ନି ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏଥିପାଇଁ ଅମାଣ୍ଡା ସର୍ନିଙ୍କୁ ସୋସିଆଲ ମିଡ଼ିଆରେ ଟାର୍ଗେଟ କରାଯାଇଥିଲା। ଟ୍ରୋଲର୍ସଙ୍କୁ ଜବାବ ଦେଇ ଅମାଣ୍ଡା ସର୍ନି ଟ୍ୱିଟ କରି କହିଥିଲେ, “ଏହା କେବଳ ବିରକ୍ତ କରିବାକୁ। ମୋର ଅନେକ ପ୍ରଶ୍ନ ଅଛି…ମୋତେ କିଏ ଟଙ୍କା ଦେଉଛି ? ମୋତେ କେତେ ଟଙ୍କା ମିଳୁଛି ? ମୁଁ ମୋର ଇନଭଏସ କେଉଁଠାକୁ ପଠାଇବି ? ମୋତେ ଟଙ୍କା କେବେ ମିଳିବ ? ମୁଁ ଅନେକ ଟ୍ୱିଟ କରିଛି …ମୋତେ ଅତିରିକ୍ତ ଟଙ୍କା ମିଳିବ କି ?”

ଅମାଣ୍ଡା ସର୍ନିଙ୍କ ଏହି ଟ୍ୱିଟକୁ ରିଟ୍ୱିଟ କରି ମିୟା ଖାଲିଫା ଜବାବ ଦେଇଛନ୍ତି,’ଆମକୁ ଟଙ୍କା ନ ମିଳିବା ଯାଏଁ ଆମେ ଟ୍ୱିଟ କରିବା ଜାରି ରଖିବୁ’ ସୂଚନାଯୋଗ୍ୟ ଯେ, କୃଷକ ଆନ୍ଦୋଳନକୁ ଅନେକ ବିଦେଶୀ ହସ୍ତୀ ସମର୍ଥନ କରିଛନ୍ତି। ପପ୍ ଷ୍ଟାର୍ ରିହାନା ଓ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ମଧ୍ୟ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button