ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହନ୍ତି : ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଦେଇଛନ୍ତି ବିବାଦୀୟ ବୟାନ। ସେ କହିଛନ୍ତି ପ୍ରକୃତ ଅଯୋଧ୍ୟା ହେଉଛି ନେପାଳର। ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହଁନ୍ତି।

ସୀମାକୁ ବିବାଦକୁ ନେଇ ଭରତ-ଚୀନ ସମ୍ପର୍କ ତିକ୍ତ ହୋଇଛି। ଏହାର ସମାଧାନ ପାଇଁ ଆଲୋଚନା ଜାରି ରହିଛି। କେବଳ ପ୍ରଶମିତ ହୋଇଛି ଉତ୍ତେଜନା। ଏଭଳି ପରିସ୍ଥିତିରେ ଚିନ୍ତା ବଢାଇଛି ନେପାଳ। ଭାରତ ସହିତ ସମ୍ପର୍କ ତୁଟାଇବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗୋଟିଏ ପରେ ଗୋଟିଏ ନୂଆ ବିବାଦ ସୃଷ୍ଟିକରି ଚାଲିଛନ୍ତି। ପୂର୍ବରୁ ନେପାଳ ଭାରତର ଲିପୁଲେଖ, କଳାପାଣି, ଲିମ୍ପ୍ୟାଧୁରାକୁ ନିଜର ମାନଚିତ୍ରରେ ଦର୍ଶାଇଥିଲା। ଏହି ନୂତନ ମାନଚିତ୍ରକୁ ନେପାଳ ସଂସଦ ମଞ୍ଜୁରୀ ଦେଇଛି। ଏହାପରେ ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ସହିତ ପ୍ରଥମଥର ପାଇଁ ସୀମାରେ ନେପାଳ ମୁତୟନ କରିଛି ସୀମା ସୁରକ୍ଷା ବାହିନୀ। ଯେଉଁଥି ପାଇଁ ଗୁଳି ଚାଳନା ପର୍ଯ୍ୟନ୍ତ କଥା ଯାଇଛି। କେବଳ ସେତିକି ନୁହେଁ ଭାରତୀୟ ଗଣମାଧ୍ୟମ ପ୍ରସାରଣକୁ ମଧ୍ୟ ନେପାଳରେ ବନ୍ଦ କରାଯାଇଛି।

  ୨୧ରୁ କାଳିଆ ଦର୍ଶନ ପାଇଁ ମିଳିବ ସୁଯୋଗ

ଏସବୁ ପରେ ଏବେ ନୂଆ ବିବାଦ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ଓଲି। ସେ କହିଛନ୍ତି ଅଯୋଧ୍ୟା ଓ ପ୍ରଭୁ ରାମଚନ୍ଦ୍ର ନେପାଳର। ଯାହା କଣ୍ଟା ବାଡରେ ଲୁଗା ପକାଇ କଳି କରିବା ପରି କଥା। ନେପାଳ ପ୍ରଧାନମନ୍ତ୍ରୀଙ୍କ ଏହି ଆଚରଣ ଅବିଶ୍ଵାସ ବାତାବରଣ ସୃଷ୍ଟି କରୁଛି।

ମତାମତ ଦିଅନ୍ତୁ ।