ପ୍ରଧାନ ଶିକ୍ଷକଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର : ଏଣିକି ପ୍ରଧାନ ଶିକ୍ଷକମାନେ ଦୈନିକ ଅତିକମ୍‌ରେ ୨ଟି କ୍ଲାସ୍ ନେବେ। ଆଜି ନିର୍ଦ୍ଦେଶନାମା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ଚିଠି ଲେଖି ଅବଗତ କରାଇଥିବା ଜଣାପଡିଛି।

ସୋମବାର ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ପ୍ରଧାନ ଶିକ୍ଷକମାନଙ୍କର ଅଭିଜ୍ଞତା ସବୁଠୁ ଅଧିକ। ତେଣୁ ସେମାନେ ପ୍ରତିଦିନ ଅତିକମ୍‌ରେ ୨ଟି କ୍ଲାସ୍ ନେବା ଉଚିତ୍‌। ଏହାଛଡା ଅନ୍ୟ ଶିକ୍ଷକମାନେ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ସେମାନେ ତଦାରଖ କରିବା ଉଚିତ୍‌। ତେବେ କୁହାଯାଉଛି ପ୍ରମୁଖ ସଚିବ କିଛି ସ୍କୁଲକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ କେତେକ ତ୍ରୁଟି ଦେଖିବା ସହିତ ପ୍ରଧାନ ଶିକ୍ଷକମାନେ କ୍ଲାସ୍ ନେଉ ନଥିବା ଜାଣିବାକୁ ପାଇଥିଲେ। ପ୍ରଧାନ ଶିକ୍ଷକମାନେ କେବଳ ସ୍କୁଲ ପରିଚାଳନାରେ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସଂଯୋଜନା କରିବାରେ ବ୍ୟସ୍ତ ଜାଣିବା ପରେ ଏପରି ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button