ପ୍ରଧାନମନ୍ତ୍ରୀ କରୋନା ଦ୍ଵିତୀୟ ଲହର ପାଇଁ ଦାୟୀ : ଆଇଏମଏର ଜାତୀୟ ଉପ-ସଭାପତି

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ଵିତୀୟ ଲହର ଚିନ୍ତାର କାରଣ ହୋଇଥିବା ବେଳେ ଏଥିପାଇଁ ଭାରତୀୟ ମେଡିକାଲ୍ ଆସୋସିଏସନର ଜାତୀୟ ଉପ-ସଭାପତି ଡାକ୍ତର ନବଜୋତ ଦହିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଜଣେ ସୁପର ‌ସ୍ପ୍ରେଡର ବୋଲି ସେ କହିଛନ୍ତି।

ଡାକ୍ତର ନବଜୋତ ଦହିଆ କହିଛନ୍ତି ଡାକ୍ତରମାନେ ଲୋକଙ୍କୁ କରୋନା କଟକଣା ବିଷୟରେ ବୁଝ‌ାଇବା ପାଇଁ କଠିନ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କରୋନା ନିୟମକୁ ଭାଙ୍ଗି ବଡ଼ ରାଜନୈତିକ ସମାବେଶ କରିବାକୁ କୁଣ୍ଠାବୋଧ କରିନଥିଲେ। ସେହିପରି ହରିଦ୍ୱାରର କୁମ୍ଭ ମେଳା ଓ ନିର୍ବାଚନ ସମାବେଶ ତଥା ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇଥିଲା। ଯେଉଁଥି ପାଇଁ କରୋନା ସ୍ଥିତି ଗମ୍ଭୀର ହୋଇଥିଲା।

ସେ କହିଛନ୍ତି ମେଡିକାଲ ଅମ୍ଳଜାନର ଅଭାବ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଅନେକ ରୋଗୀଙ୍କ ମୃତ୍ୟୁର କାରଣ ହୋଇଛି। ଅମ୍ଳଜାନ ତିଆରି ପ୍ଲାଣ୍ଟ ସ୍ଥାପନ ପାଇଁ ଅନେକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି। କିନ୍ତୁ ଏଭଳି ସମୟରେ ସେହି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button