ପ୍ରମିଳା ମଲ୍ଲିକ କରୋନା ପଜିଟିଭ୍‌

ଭୁବନେଶ୍ୱର : ଶାସକ ଦଳ ମୁଖ୍ୟ ସଚେତକ ତଥା ଯାଜପୁର ଜିଲ୍ଲା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶ୍ରୀମତୀ ମଲ୍ଲିକ ଟୁଇଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ମୁଁ କରୋନା ପରୀକ୍ଷା କରାଇଥିଲି। ଆଜି ଏହାର ରିପୋର୍ଟ ପଜିଟିଭ୍‌ ଆସିଛି। ମୋ ଠାରେ କୌଣସି କରୋନାର ଲକ୍ଷଣ ନାହିଁ। ମୁଁ ଘରେ ସଂଗରୋଧରେ ଅଛି ଏବଂ ଭଲ ଅଛି। ବିଗତ ୧୦ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି।

ମତାମତ ଦିଅନ୍ତୁ ।