ପ୍ରାର୍ଥିପତ୍ର ଦାଖଲ କଲେ ରୁଦ୍ର ପ୍ରତାପ ଓ ଅଜିତ ମଙ୍ଗରାଜ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କ ଭରିଛନ୍ତି। ପିପିଲିରୁ ନିଜ ସମର୍ଥକଙ୍କ ଗହଣରେ ସେମାନେ ଶୋଭାଯାତ୍ରାରେ ପୁରୀଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ ଅବସରରେ ରୁଦ୍ର କହିଛନ୍ତି ପିପିଲିବାସୀଙ୍କ ଆଶୀର୍ବାଦ ରହିଛି। ନିଶ୍ଚିତ ଭାବେ ବିଜୟୀ ହେବେ। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କନ ଦାଖଲ କରିଛନ୍ତି। ୨୦୧୯ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଙ୍କୁ ପୁଣି ପ୍ରାର୍ଥୀ କରିଥିବାରୁ ଅଜିତ ଦଳୀୟ ନେତୃମଣ୍ଡଳୀକୁ ଧନ୍ୟବାଦ ଜଣାଇଛନ୍ତି। ଆଉ କହିଛନ୍ତି ଏଥର ପିପିଲିରେ କଂଗ୍ରେସ ବାଜିମାତ କରିବ। ଏହାପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରିସାରିଛନ୍ତି। ସେ କହିଥିଲେ ଉପ ନିର୍ବାଚନରେ ପିପିଲିବାସୀ ସ୍ଥିର କରିସାରିଛନ୍ତି ଭାରତୀୟ ଜନତା ପାର୍ଟିକୁ ଜିତାଇବେ। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ।

Leave a Reply

Your email address will not be published. Required fields are marked *

Back to top button