ପ୍ରଥମ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କରି ସ୍ଵାମୀ ଗିରଫ

ଭାବନିପାଟଣା : ପ୍ରଥମ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି ସ୍ଵାମୀ ଗିରଫ ହୋଇଛି। ଘଟଣାଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଘଟିଥିବା ବେଳେ ଏବେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ସୋନପୁର ଜିଲ୍ଲା ତରଭା ଥାନା ସାଲେପାଲି ଗାଁର ନେପାଳ ସନ୍ୟାସୀ ନାମକ ଯୁବକ ଏହି କରନାମା କରିଛନ୍ତି। ନେପାଳ ପ୍ରଥମେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ରଶିକ ନେପାଳ ମାସକ ତଳେ ଆଉ ଜଣଙ୍କୁ ବିବାହ କରିଥିଲେ। ଏହାକୁ ପ୍ରଥମ ପତ୍ନୀ ବିରୋଧ କରିଥିଲେ ହେଁ ଚୁପ ରହିଥିଲେ। ଦ୍ଵିତୀୟ ବିବାହ ପରେ ମଧ୍ୟ ନେପାଳ ପ୍ରଥମ ପତ୍ନୀଙ୍କ ସହିତ ଶାରିରୀକ ସଂପର୍କ ରଖିବାକୁ ଚାହିଁଥିଲେ। କିନ୍ତୁ ପ୍ରଥମ ପତ୍ନୀ ଏଥିରେ ସହମତ ନ ହେବାରୁ ନେପାଳ ତାଙ୍କୁ ବଦନାମ କରିଦେବେ ବୋଲି ଧମକ ଦେଇହେଲେ।

ଧମକର କୌଣସି ପ୍ରଭାବ ପ୍ରଥମ ପତ୍ନୀଙ୍କ ଉପରେ ନପଡିବାରୁ ନେପାଳତାଙ୍କୁ ବଦନାମ କରିବାକୁ ରଚିଥିଲେ ଷଡଯନ୍ତ୍ର। ପତ୍ନୀଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍ ଏକ ଆକାଉଣ୍ଟ ଖୋଲିଥିଲେ। ସେହି ଆକାଉଣ୍ଟରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିଥିଲେ ନେପାଳ। ଏ ସମ୍ପର୍କରେ ପ୍ରଥମ ପତ୍ନୀ ଜାଣିବା ପରେ କେସିଙ୍ଗା ଥାନାରେ ଏତଲା ଦେବାରୁ କଳାହାଣ୍ଡି ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ସ୍ଵାମୀକୁ ଗାଁରୁ ଉଠାଇ ନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button