ପ୍ରତି ବିଷୟରେ ୮୦ ମାର୍କର ମାଟ୍ରିକ ପରୀକ୍ଷା ହେବ

ଭୁବନେଶ୍ଵର : ଚଳିତ ବର୍ଷ ପ୍ରତି ବିଷୟରେ ୮୦ ମାର୍କର ମାଟ୍ରିକ ପରୀକ୍ଷା ହେବ। ଏଥିରୁ ୫୦ ମାର୍କ ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ପଡ଼ିବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଏହି ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷାଫଳ ପ୍ରକାଶ କରାଯିବା ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ। ୮୦ରୁ ରଖିଥିବା ମାର୍କକୁ ଭିତ୍ତି କରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ହେବ। ଶ୍ରୀ ଦାଶ କହିଛନ୍ତି ବିଦ୍ୟାଳୟ ଓ ଯୁକ୍ତ୨ କଲେଜ ହଷ୍ଟେଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।

ମତାମତ ଦିଅନ୍ତୁ ।