ପ୍ରେମ ବିବାହ ପାଇଁ ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର

0

ଜବଲପୁର : ଭଉଣୀ ମଥାର ସିନ୍ଦୁର ପୋଛିଦେଲା ଭାଇ। ପ୍ରେମ ବିବାହର ପ୍ରତିଶୋଧ ନେଇ ଭିଣୋଇର ମୁଣ୍ଡ କାଟି ଦେଲା। ମଧ୍ୟପ୍ରଦେଶର ଜବଲପୁରରେ ଏହି ଘଟଣା ଘଟିଥିବା ବେଳେ ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡିଛି।

ପୋଲିସର ସୂଚନ ଅନୁଯାୟୀ ବିଜୟ କଶ୍ୟପ ତିନିମାସ ତଳେ ମିଣ୍ଟୁ ଶିବରାମ ଓରଫ ଧୀରଜଙ୍କ ଭଉଣୀ ସହିତ ପ୍ରେମ ସମ୍ପର୍କ ସ୍ଥାନ କରିଥିଲା। ଏହାପରେ ଦୁଇ ଜଣ ଫେରାର ହୋଇ ବିବାହ କରିଥିଲେ। କିନ୍ତୁ ଲଭ ମ୍ୟାରେଜ ପାଇଁ ସାମାଜିକ ପ୍ରତିଷ୍ଠା ଉପରେ ଆଞ୍ଚ ଆସିଥିବାରୁ ଧୀରଜ ପ୍ରତିଶୋଧ ନେବାକୁ ଚିନ୍ତାକରି କୁରାଢ଼ୀରେ ଭିଣୋଇ ବିଜୟଙ୍କ ମୁଣ୍ଡକୁ ଗଣ୍ଡିକୁ ଅଲଗା କରି ଦେଇଥିଲା। ଘଟଣା ସ୍ଥଳରେ ବିଜୟର ମୃତ୍ୟୁ ହୋଇଥିଲା।

ହତ୍ୟାକାଣ୍ଡ ଘଟାଇବା ପରେ କଟାମୁଣ୍ଡ ନେଇ ସହ ଧୀରଜ ଥାନାରେ ପହଞ୍ଚିବା ସହିତ ଦୋଷ ସ୍ୱୀକାର କରିଛି। ସ୍ଵାମୀର ମୃତ୍ୟୁ ଖବର ପାଇବା ପରେ ଧୀରଜର ୧୯ ବର୍ଷୀୟ ଭଉଣୀ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲା ବୋଲି ପୋଲିସ କହିଥିବା ବେଳେ ରାମନଗର ଅଞ୍ଚଳର ଏକ ପଡ଼ିଆରୁ ବିଜୟଙ୍କ ମୁଣ୍ଡବିହୀନ ଶବ ଜବତ କରିଥିବା ସୂଚନା ଦେଇଛି।

Leave A Reply

Your email address will not be published.