ପ୍ରେମିକ ସହ ପଳାଉଥିବା ମହିଳାଙ୍କୁ ଉଲ୍ଲଗ୍ନ କରି ପିଟିଲେ

ଚାଙ୍ଗଲାଙ୍ଗ : ସ୍ଵାମୀଙ୍କୁ ଛାଡ଼ି ପ୍ରେମିକ ଯୁବକଙ୍କ ସହ ପଳାଊଥିବା ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ପିଟିଲେ ଗ୍ରାମବାସୀ। କଙ୍ଗାରୁକୋର୍ଟ ନିଷ୍ପତ୍ତି ଅନୁଯାୟୀ ଏପରି ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି ମହିଳା। ଘଟଣାଟି ଅରୁଣାଚଳପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ଘଟିଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ଯୁବକଙ୍କ ସହ ଅରୁଣାଚଳପ୍ରଦେଶର ଚାଙ୍କଲାଙ୍ଗରେ ପହଞ୍ଚିବା ପରେ ଦଳେ ଲୋକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। କେବଳ ସେତିକି ନୁହେଁ ମହିଳାଙ୍କୁ ବିବସ୍ତ୍ର କରି ମାଡ଼ ମରାଯାଇଥିଲା। ମହିଳାଙ୍କ ଅଭିଯୋଗ ତାଙ୍କୁ ମାଡ଼ ମାରି ଏକ ସ୍କୁଲ ଘରେ ବନ୍ଦୀକରି ରଖା ଯାଇଥିଲା। ସେଠାରେ ଗୋଟିଏ ରାତି ଏଭଳି ଅବସ୍ଥାରେ ରହିଥିଲେ ମଧ୍ୟ ତାଙ୍କୁ ଖାଇବା ତ ଦୂରର କଥା ପାଣି ମୁନ୍ଦେ ଦିଆଗଲା ନାହିଁ। ପରଦିନ ସକାଳେ ମହିଳାଙ୍କ ଘରଲୋକଙ୍କୁ ନଜଣାଇ ସେଠାରେ ଉପସ୍ଥିତ ଲୋକମାନେ ନିଷ୍ପତ୍ତି କଲେ ତାଙ୍କୁ ତାଙ୍କ ସ୍ଵାମୀ କିମ୍ବା ସେ ଯୁବକ କେହି ଗ୍ରହଣ କରିପାରିବେ ନାହିଁ।

ମହିଳା ଜଣଙ୍କ କହିବା କଥା ହେଲା ସ୍ଵାମୀଙ୍କ ଅତ୍ୟାଚାର ପାଇଁ ଦୁଇଥର ପିଲା ନଷ୍ଟ ହୋଇଛି। କିନ୍ତୁ ଶାଶୁ ସ୍ଵାମୀଙ୍କୁ ସମର୍ଥନ କରନ୍ତି। ଯୁବକ ଜଣଙ୍କ ଏ ସମସ୍ତ ଘଟଣା ଜାଣି ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ। ସମ୍ପର୍କରେ ପରିବାରକୁ ବାରମ୍ବାର ଜଣାଇ ବିଫଳ ହେବା ପରେ ସେମାନେ ଲୁଚି ପଳାଇଥିଲେ। ତେବେ ମହିଳାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାରେ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି। ଏହାସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମତାମତ ଦିଅନ୍ତୁ ।