ପ୍ରେମିକ ସହ ସ୍ତ୍ରୀ ଫେରାର ହେବାରୁ ୪ ଜଣଙ୍କୁ ହତ୍ୟାକଲା ସ୍ଵାମୀ

ସୁବର୍ଣ୍ଣପୁର : ବିନିକା ଥାନା ସିଲାଟୀ ଗାଁର ଟ୍ରିପଲ୍ ମର୍ଡରର ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି। ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବା ଘଟଣାରୁ ସେ ଏପରି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ନିକଟରେ ସ୍ୱୀକାର କରିଛି।

ଖବର ଅନୁଯାୟୀ ପପୁ ସେନ ଘର ଉତ୍ତରପ୍ରଦେଶର ଲଲନ୍‌ଜୁ ଗାଁରେ। ବିନିକା ଥାନା ସିଲାଟୀ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ପପୁ ସ୍ତ୍ରୀକୁ ନେଇ ଉତ୍ତରପ୍ରେଦଶ ପଳାଇ ଯାଇଥିଲେ। ସେଠାରେ ତାଙ୍କର ୪ଟି ପୁଅ ହୋଇଥିଲା। କିନ୍ତୁ ସେଠାରେ ରାହୁଲ ନାମକ ଜଣେ ଯୁବକଙ୍କ ସହିତ ପପୁଙ୍କର ସ୍ତ୍ରୀର ପ୍ରେମ ସମ୍ପର୍କ ସୃଷ୍ଟି ହେବାରୁ ଦୁହେଁ ଫେରାର ହୋଇ ଯାଇଥିଲା। ସେଥିପାଇଁ ପପୁ ପ୍ରଥମେ ରାହୁଲଙ୍କ ବାପାଙ୍କୁ ୨୦୨୦ ଜୁଲାଇ ୧୬ ତାରିଖରେ ହତ୍ୟାକରି ଏକ ଜିପ୍‌ରେ ସିଲାଟି ଗାଁକୁ ଆସି ଶାଶୁ, ଶ୍ୱଶୁର ଓ ଶଳାକୁ କୁରାଢ଼ିରେ ହାଣି ଜୁଲାଇ ୨୨ରେ ହତ୍ୟା କରି ଫେରାର ହୋଇଯାଇଥିଲା।

ପପୁ ପୋଲିସକୁ କହିଛି ବାପଘର ଲୋକଙ୍କ କଥାରେ ପଡ଼ି ସ୍ତ୍ରୀ ତାଙ୍କୁ ପ୍ରଥମେ ଛାଡ଼ପତ୍ର ଦେଇଥିଲା। ଆଉ ପରକୀୟା ସମ୍ପର୍କ ଥିବା ରାହୁଲ ସହିତ ଫେରାର ହୋଇ ଯାଇଥିଲା। ତେଣୁ ରାଗରେ ଶୂଶୁରଘର ଲୋକଙ୍କୁ ହତ୍ୟା କରିଛି। ଉତ୍ତରପ୍ରଦେଶ ପୋଲିସ ଅଭିଯୁକ୍ତଙ୍କୁ ଧରାଇ ଦେବାକୁ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଗତ ଏପ୍ରିଲ ୨ ତାରିଖରେ ପପୁ ତାଙ୍କ ପତ୍ନୀ ଓ ପ୍ରେମିକ ରାହୁଲଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗିରଫ କରିଥିବା ଉତ୍ତରପ୍ରଦେଶର ଲଳିତପୁର ଏସପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button