ପ୍ରିୟଙ୍କା କିଣିଲେ ୫୦୦ ଅକ୍ସିଜେନ୍ କନସେନଟ୍ରେଟର୍ ଓ ୪୨୨ ସିଲିଣ୍ଡର୍

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହିଥିଲେ ମଧ୍ୟ ଭାରତକୁ ସାହାଯ୍ୟ କରୁଛନ୍ତି। ଅଭିନେତ୍ରୀ ଗିଭ୍ ଇଣ୍ଡିଆ ମାଧ୍ୟମରେ ଦେଶରେ କରୋନା ପୀଡିତମାନଙ୍କୁ ସାହାଯ୍ୟ କରୁଥିବାରୁ ଏପରି କାର୍ଯ୍ୟ ପାଇଁ ଅନେକ ବଡ ବ୍ୟକ୍ତିତ୍ୱ ତାଙ୍କୁ ସମର୍ଥନ କରୁଛନ୍ତି।

ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ କିଛି ସୂଚନା ସେୟାର କରିଛନ୍ତି। ସେ କହିଛନ୍ତି ସମସ୍ତଙ୍କ ସହଯୋଗରେ ୫୦୦ ଅକ୍ସିଜେନ୍ କନସେନଟ୍ରେଟର ଓ ୪୨୨ ଅକ୍ସିଜେନ୍ ସିଲିଣ୍ଡର କିଣିଛନ୍ତି। ଏଥିସହ ୧୦ଟି ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ଦୁଇମାସ ମଧ୍ୟରେ ଭାରତର ୬୦୦୦ରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯିବ।

ଯେଉଁମାନେ ପାଣ୍ଠି ସଂଗ୍ରହରେ ସାହାଯ୍ୟ କରିଛନ୍ତି ପ୍ରିୟଙ୍କା ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଯିଏ ଦାନ କରିଛନ୍ତି ଓ ଏହି କାର୍ଯ୍ୟଗୁଡିକ ସମ୍ଭବ କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ। ଜାଣିରଖନ୍ତୁ ଆପଣମାନେ ସମସ୍ତେ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛନ୍ତି। ଆପଣଙ୍କ ସହଯୋଗରେ ଆମେ ବର୍ତ୍ତମାନ ଆମର ପାଣ୍ଠି ସଂଗ୍ରହକାରୀଙ୍କୁ ୩ ନିୟୁତ ଡଲାର ଅର୍ଥାତ୍ ୨୨ କୋଟି ଟଙ୍କା ସଂଗ୍ରହ କରିଛୁ।

Leave a Reply

Your email address will not be published. Required fields are marked *

Back to top button