ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର : ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ଆଜି ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରକୁ ଏକ ଚଳମାନ ଯାନରୁ ନିକ୍ଷେପ କରାଯାଇଥିଲା। ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ନିର୍ମାଣ କରିଥିବା ଏହି କ୍ଷେପଣାସ୍ତ୍ର ୫୦୦ରୁ ୧୦୦୦ କିଲୋଗ୍ରାମ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି ୩୫୦ କିଲୋମିଟର ଦୂର ଲକ୍ଷ୍ୟ ଭେଦ କରିପାରିବ।

ଭାରତ-ଚୀନ ଉତ୍ତେଜନା ମଧ୍ୟରେ ଗତ କିଛି ସପ୍ତାହରେ ଭାରତ ନିୟମିତ ଭାବେ କ୍ଷେପଣାସ୍ତ୍ର ପରୀକ୍ଷା କରିଚାଲିଛି। ଗତ ୩୫ ଦିନ ମଧ୍ୟରେ ଭାରତ ୧୦ଟି ଭିନ୍ନ ଭିନ୍ନ କ୍ଷେପଣାସ୍ତ୍ରର ପରୀକ୍ଷା କରି ଚୀନ ଓ ପାକିସ୍ତାନକୁ ନିଜର ଶକ୍ତି ସମ୍ପର୍କରେ ଅବଗତ କରାଇଛି।

ମତାମତ ଦିଅନ୍ତୁ ।