ପୁଅ ଛୁଇଁଲାନି, ତହସିଲଦାର ଦେଲେ ମୁଖାଗ୍ନୀ

ଚାନ୍ଦବାଲି : ମହାମାରୀ କରୋନା ଭୟ। ବାପାର ମୃତଦେହ ଛୁଇଁଲାନି ପୁଅ। ଶେଷରେ ଚାନ୍ଦବାଲି ତହସିଲଦାର ଓ ବିଡିଓ କଲେ ଅନ୍ତିମ ସତ୍କାର। ଭଦ୍ରକ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲାର ନଳଗୋହିରା ଗାଁର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହୋଇ ହୋମ୍‌ଆଇସୋଲେସନ୍‌ରେ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ଭୟରେ ମୃତଦେହ ପାଖକୁ ପୁଅ ଗଲେନି। ଗାଁ ଲୋକ ମଧ୍ୟ କେହି ଆସିଲେନି। ଶେଷରେ ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବାରୁ ସରପଞ୍ଚ ଘଟଣା ସଂପର୍କରେ ଚାନ୍ଦବାଲି ତହସିଲଦାର ଓ ବିଡ଼ିଓଙ୍କୁ ଖବର ଦେଇଥିଲେ।

ଖବର ପାଇ ତହସିଲଦାର ସୁଶାନ୍ତ ସୁତାର ଓ ବିଡିଓ ପହଞ୍ଚିଥିଲେ ନଳଗୋହିରା ଗାଁରେ। ସେମାନେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ନେଇ ଅନ୍ତିମସତ୍କାର କରିଥିଲେ। ଶବସତ୍କାର ପାଇଁ ତହସିଲଦାର ଅନ୍ୟ କିଛି ଲୋକଙ୍କ ସହି ମିଶି କାଠ ବୋହିବା ସହିତ ମୁଖାଗ୍ନୀ ଦେଇଥିଲେ। କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ପିପିଇ କିଟ୍ ପିନ୍ଧି ଶବସତ୍କାର କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button