ପୂଜାରେ ୧୯୬ ଯୋଡ଼ା ସ୍ଵତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ

ନୂଆଦିଲ୍ଲୀ : ପୂଜାରେ ୧୯୬ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବ। ଭାରତୀୟ ରେଲ୍‌ଓ୍ବେ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜାରି କରାଯାଇଛି ୧୯୬ ଯୋଡ଼ା ଅର୍ଥାତ ୩୯୨ ସ୍ଵତନ୍ତ୍ର ଟ୍ରେନ୍‌ ତାଲିକା। ଏହି ଟ୍ରେନ୍‌ ଗୁଡିକ ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ଚଳାଚଳ କରିବ। ସବୁ ଟ୍ରେନ୍‌ ଘଣ୍ଟା ପ୍ରତି ୫୫ କିମି ବେଗରେ ଗତି କରିବ ବୋଲି ଜଣାପଡ଼ିଛି। ସ୍ଵତନ୍ତ୍ର ଟ୍ରେନ୍‌ର ଭଡ଼ା ଅନ୍ୟ ଟ୍ରେନ୍‌ ଭଳି ରହିବ। ଏଥିରେ ଏସି ୩ ଟାୟାର ବଗି ଅଧିକ ଲଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ମତାମତ ଦିଅନ୍ତୁ ।