ପୁଣି ଲାଗୁହେଲା କୋଭିଡ୍ କଟକଣା

0

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ପାଇଁ ଏବେ ଚିନ୍ତା ବଢିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ଜୁନ୍ ମାସରେ ଲାଗୁ ହୋଇଥିବା କଟକଣା ପୁଣିଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।

ଶୁକ୍ରବାର ଗାଇଡ୍ ଲାଇନ୍ ହେଲା ଅଫିସ୍ ପରିସର ଭିତରେ ସବୁ କର୍ମଚାରୀ ମାସ୍କ ପିନ୍ଧିବେ। ଅଫିସ ପରିସର ଭିତରେ ଦୁଇ ମିଟର୍ ଦୂରତା ବାଧ୍ୟତାମୂଳକ କରାଯାଇଛି। କରିଡର୍ ଭିତରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ପୂର୍ବ କଟକଣା ଅନୁଯାୟୀ ଅଫିସ୍ ଭିତରେ କର୍ମଚାରୀମାନେ ନିୟମିତ ୨୦ ସେକେଣ୍ଡ ହାତ ଧୋଇବେ। ଅଫିସିଆଲ୍ ମିଟିଂ ପାଇଁ ଭିଡିଓ କନଫରେନ୍ସିଂକୁ ଗୁରୁତ୍ୱ ଦେବାକୁ କୁହାଯାଇଥିବା ବେଳେ ଆଗନ୍ତୁକ ଯଥାସମ୍ଭବ କମ୍ ଲୋକଙ୍କୁ ଅଫିସ୍ ଭିତରକୁ ଛାଡ଼ିବାକୁ କୁହାଯାଇଛି।

Leave A Reply

Your email address will not be published.