ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ : ପେଟ୍ରୋଲ-ଡିଜେଲ ମୂଲ୍ୟ ପୁଣି ବଢ଼ିଲା। ଆଜି ପେଟ୍ରୋଲ ଲିଟର ଦାମ ୩୫ ପଇସା ଓ ଡିଜେଲ ୨୬ ପଇସା ମହଙ୍ଗା ହୋଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ମୂଲ୍ୟ ୧୦୦.୯୧ ଟଙ୍କାରେ ପହଞ୍ଚିଛି। ଡିଜେଲର ଲିଟର ହୋଇଛି ୮୯.୮୮ ଟଙ୍କା।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୬.୯୩ ଟଙ୍କା ଓ ଡିଜେଲର ଦାମ ୯୭.୪୬ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୧୦୧.୬୭ ଟଙ୍କା ଓ ଡିଜେଲ ଦାମ ୯୪.୩୯ ଟଙ୍କା ରହିଛି। ବେଙ୍ଗାଲୁରୁରେ ପେଟ୍ରୋଲ ୧୦୪.୨୯ ଟଙ୍କା ଓ ଡିଜେଲ ଦାମ ୯୫.୨୬ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ୧୦୧.୦୧ ଟଙ୍କା ଓ ଡିଜେଲ ୯୨.୯୭ ଟଙ୍କାରେ ବିକ୍ରି ହେଉଛି।

ସୂଚନାଯୋଗ୍ୟ, ଚଳିତ ମାସରେ ତୈଳଦର ୭ ଥର ବଢ଼ିଛି। ବର୍ତ୍ତମାନ ଦେଶର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ଥିବା ବେଳେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ସବୁଠାରୁ ଅଧିକ ଦାମରେ ପେଟ୍ରୋଲ ବିକ୍ରି ହେଉଛି। ସେଠାରେ ପେଟ୍ରୋଲର ଲିଟର ୧୧୨.୨୪ ଟଙ୍କା ଓ ଡିଜେଲ ଲିଟର ୧୦୩.୧୫ ଟଙ୍କା ହୋଇଛି। ଏହାଛଡା ମଧ୍ୟପ୍ରଦେଶର ରେୱା ଓ ଅନୁପୁରା ଜିଲ୍ଲାରେ ପେଟ୍ରୋଲ ୧୧୧.୮୨ ଟଙ୍କା ରହିଛି। ଡିଜେଲ ଏ ଦୁଇ ଜିଲ୍ଲାରେ ଯଥାକ୍ରମେ ୧୦୦.୭୨ ଟଙ୍କା ଓ ୧୦୧.୦୬ ଟଙ୍କା ରହିଛି।

ସମ୍ବନ୍ଧିତ ଖବର
between image and heading

Comments are closed.