ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ପୁଣି ମହଙ୍ଗା ହୋଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୨୬ ପଇସା ବୃଦ୍ଧି ହୋଇଥିବା ବେଳେ ଲିଟର ଡିଜେଲ ୨୩ ପଇସା ବଢିଛି।

ତୈଳ ଦର ଉପରେ ଲଗାମ ନାହିଁ। ବଢି ଚାଲିଛି ମୂଲ୍ୟ। ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ଦାମ ୧୦୦ ଟଙ୍କା ପାର କରିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୪.୪୯ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ହୋଇଛି ୮୫.୩୮ ଟଙ୍କା। ସେହିପରି ମଙ୍ଗଳବାର ମୁମ୍ବାଇରେ ପେଟ୍ରୋଲ ୧୦୦.୪୭ ଓ ଡିଜେଲ ଲିଟର ୯୨.୪୫ ଟଙ୍କା ପିଛା ରହିଛି। ଏହା ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ସହର ସମେତ ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଶହେ ଟଙ୍କା ଛୁଇଁଛି। ଭୁବନେଶ୍ଵରରେ ଆଜି ପେଟ୍ରୋଲ ଦର ୨୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ମୂଲ୍ୟ ୯୫.୨୮ ଟଙ୍କା ଓ ଡିଜେଲ ୨୫ ପଇସା ବଢି ଦର ୯୩.୦୯ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *

Back to top button