ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର କଲେ ସମୀକ୍ଷା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଜି ସନ୍ଧ୍ୟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହାଛଡା ଶ୍ରୀମନ୍ଦିର ଚାରିପାଖରେ ହୋଇଥିବା ବିଭିନ୍ନ କାର୍ଯ୍ୟ ସେ ବୁଲି ଦେଖିଥିଲେ।

ଭୁବନେଶ୍ଵର ଫେରିବା ପୂର୍ବରୁ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ମୁଁ ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ହୋଇଥିବା କାର୍ଯ୍ୟ ତଦାରଖ କରିବାକୁ ପୁରୀ ଆସିଛି। ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ୍ କୁମାର କହିଲେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଚାଲିଥିବା ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ତାଙ୍କ ଦିଗଦର୍ଶନରେ ସବୁ କାର୍ଯ୍ୟ ସମାପିତ ହେବ। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିୟାନ୍, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଅଖିଳେଶ୍ଵର ସିଂ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ୧୬ରେ ଶ୍ରୀମନ୍ଦିର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସିଂହଦ୍ୱାରରେ ଦ୍ୱୀପ ପ୍ରଜ୍ଜ୍ବଳନ କରି ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଆଉ ଘୋଷଣା କରିଥଲେ ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ।

ମତାମତ ଦିଅନ୍ତୁ ।