ପୁରୀରେ ସେକ୍ସ ରାକେଟ : ୩ ଗିରଫ

ପୁରୀ : ସ୍ଥାନୀୟ ବଳିଆପଣ୍ଡା ଅଂଚଳରେ ସେକ୍ସ ରାକେଟ ଠାବ ହୋଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବଳିଆପଣ୍ଡା ପୋଲିସ ଗିରଫ କରିଥିବା ବେଳେ ଜଣେ ଖସିଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଚିନ୍ମୟ ସ୍ୱରୂପ ପଣ୍ଡା, ଚିନ୍ମୟ ରଂଜନ ରାଉତ ଓ ସୁନୀଲ କୁମାର ସାମଲ। ଏମାନଙ୍କ ବ୍ୟତୀତ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ଖବର ଅନୁଯାୟୀ ବାଲିଆପଣ୍ଡା ଅଂଚଳରେ କ୍ରିଷ୍ଣା ସି ସାଇଟ ଆପାର୍ଟମେଣ୍ଟରେ ଏହି ସେକ୍ସ ରାକେଟ ଚାଲିଥିଲା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଂଚଳର ଜଣେ ଯୁବତୀ ଏନେଇ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଯାଜପୁର ରୋଡର ଚିନ୍ମୟ, ପାଣିକୋଇଲି ଗାଁର ଚିନ୍ମୟ ଓ ବାଲିଚନ୍ଦ୍ରପୁର ରାମପୁର ଗାଁର ସୁନୀଲକୁ ଗିରଫ କରିଥିଲା। ତେବେ ଉଦ୍ଧାର ହୋଇଥିବା ଯୁବତୀମାନେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି। ସେମାନେ ଦଲାଲଙ୍କ ମାଧ୍ୟମରେ ପୁରୀକୁ ଆସି ଦେହ ବ୍ୟବସାୟରେ ଲିପ୍ତ ଥିଲେ। ଚଢ଼ଉ ସମୟରେ ଏକ ସ୍କର୍ପିଓ ଓ ନଗଦ ୪ ହଜାର ୨୦୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।