ପୁରୀରେ ସେକ୍ସ ରାକେଟ୍‌ : ବଙ୍ଗୀୟ ଯୁବତୀଙ୍କ ସହ ୮ଅଟକ

ପୁରୀ : ପୁରୀରେ ଠାବ ହୋଇଛି ସେକ୍ସ ରାକେଟ୍‌। ବଳିଆପଣ୍ଡା ଥାନା ପୋଲିସ ଏକ ହୋଟେଲ୍‌ରେ ଚଢ଼ଉ କରି ୮ଜଣଙ୍କୁ ଉଠାଇ ନେଇ ପଚରା ଉଚରା କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ପୋଲିସ ହୋଟେଲର ୩ଟି କୋଠରୀରେ ଚଢଉ କରିଥିଲା। ଗୋଟିକରେ ୪ ଜଣ ଯୁବତୀ ଥିବା ବେଳେ ଅନ୍ୟ ଦୁଇ କୋଠରୀରେ ୨ ଯୁବକ ଓ ଦୁଇ ଯୁବତୀ ଥିଲେ। ଏମାନଙ୍କ ମଧ୍ୟରୁ ଦୁଇଜଣ ବିବାହ କରିବେ ବୋଲି ପୋଲିସକୁ କହିଥିବା ବେଳେ ଅନ୍ୟ ଦୁଇଜଣ କୌଣସି ଉତ୍ତର ଦେଇନପାରି ନଥିଲେ। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ପୂର୍ବରୁ ଅର୍ଥାତ ଗତ ସେପ୍ଟେମ୍ବର ୧୪ ରାତିରେ କ୍ରିଷ୍ଣା ସି ସାଇଟ୍‌ ଆପାର୍ଟମେଣ୍ଟରେ ବଳିଆପଣ୍ଡା ଥାନା ପୋଲିସ ଚଢଉ କରି ୩ ଜଣଙ୍କୁ ଗ୍ରାହକଙ୍କୁ ଗିରଫ କରିବା ସହିତ ଦୁଇଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା।

ମତାମତ ଦିଅନ୍ତୁ ।