ରାଡାର୍‌ ବିଧ୍ଵଂସୀ ଆଣ୍ଟି-ରେଡିଏସନ୍ ମିସାଇଲ ରୁଦ୍ରମ୍-୧ର ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଭାରତ ପ୍ରଥମ ଆଣ୍ଟି-ରେଡିଏସନ୍‌ କ୍ଷେପଣାସ୍ତ୍ର ରୁଦ୍ରମ ୧ର ପରୀକ୍ଷା ଆଜି ସଫଳ ହୋଇଛି। ଶତ୍ରୁର ରାଡାର୍‌ ଓ ସର୍ଭିଲେନ୍‌ସ୍ ସିଷ୍ଟମ୍‌ ଧ୍ଵଂସ କରିବା ପାଇଁ ଭାରତୀୟ ବାୟୁସେନା ଏହି କ୍ଷେପଣାସ୍ତ୍ରକୁ ସୁଖୋଇ-୩୦ଏମ୍‌କେଆଇ ଲଢୁଆ ଜେଟ୍‌ରୁ ନିକ୍ଷେପ କରିପାରିବ। ଏହି କ୍ଷେପଣାସ୍ତ୍ର ଶବ୍ଦ ଗତି ଠାରୁ ଦୁଇଗୁଣ ଅଧିକ ବେଗରେ ଗତି କରିବ।

ନୂତନ ପିଢ଼ିର ଏହି ଅସ୍ତ୍ର ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍‌ ଡେ‌ଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍ ବା ଡିଆର୍‌ଡିଓ ଦ୍ଵାରା ବିକଶିତ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟ୍‌ରେ ବଙ୍ଗୋପସାଗର ଅନ୍ତର୍ଗତ ଓଡ଼ିଶା ଉପକୂଳର ବାଲେଶ୍ଵର ଠାରେ ଥିବା ଅସ୍ଥାୟୀ ଟେଷ୍ଟ୍‌ ରେଞ୍ଜ୍‌ରୁ ଏହାକୁ ନିକ୍ଷେପ କରାଯାଇଥିଲା। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଏହା ଅଗ୍ରଗତିର ବିରାଟ ପଦ‌କ୍ଷେପ। ଏଥର ଭାରତୀୟ ବାୟୁସେନା ଶତ୍ରୁ ରାଷ୍ଟ୍ରର ଖୁବ୍‌ ଅଭ୍ୟନ୍ତରରେ ପ୍ରବେଶ କରି ସେମାନଙ୍କ ଏୟାର୍‌ ଡିଫେନ୍‌ସ୍ ସେଟ୍‌ଅପ୍ ଧ୍ବଂସ କରିବା ଲାଗି ‘ସପ୍ରେସନ୍ ଅଫ୍ ଏନିମି ଏୟାର୍ ଡିଫେନ୍ସ୍’ ବା ‘ସିଡ୍’ ଅଭିଯାନ ଚଳାଇ ପାରିବ।
ଏହି କ୍ଷେପଣାସ୍ତ୍ର ୫୦୦ ମିଟରରୁ ୧୫ କିଲୋମିଟର ଉଚ୍ଚରୁ ୨୫୦ କିଲୋମିଟର୍ ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ।

ମତାମତ ଦିଅନ୍ତୁ ।