ରାହୁଲ ଅଧ୍ୟକ୍ଷ ହେବାକୁ ନଚାହିଁଲେ ନିର୍ବାଚନ କରାଯାଉ : ଶଶି ଥରୁର

ନୂଆଦିଲ୍ଲୀ : ପୂର୍ଣ୍ଣକାଳୀନ କଂଗ୍ରେସ ସଭାପତି ପଦ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। ସେ କହିଛନ୍ତି ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ତା’ହେଲେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ କରାଯାଉ।

ଶଶି ଥରୁର କହିଛନ୍ତି ମୁଁ ଗତବର୍ଷ ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତିକୁ ସ୍ୱାଗତ କରିଥିଲି। କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଭାର ବହନ କରିବା ସୋନିଆଙ୍କ ପାଇଁ ଅନ୍ୟାୟ ହେବ। ଯଦି ରାହୁଲ ଗାନ୍ଧୀ ଚାହାଁନ୍ତି, ତେବେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରି ଅଧ୍ୟକ୍ଷ ଭାବରେ ରହିପାରିବେ। କାରଣ ତାଙ୍କ କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି। ରାହୁଲ ଗାନ୍ଧୀଙ୍କ ପାଖରେ ନେତୃତ୍ୱ ନେବାର ‘ଶକ୍ତି ଓ ସାମର୍ଥ୍ୟ ରହିଛି। ସେ ପୁନର୍ବାର ଦଳର ନେତୃତ୍ୱ ନେଇପାରିବେ। ଯଦି ରାହୁଲ ପୁନର୍ବାର ଅଧ୍ୟକ୍ଷ ହେବାକୁ ଚାହୁଁନାହାଁନ୍ତି ତେବେ କଂଗ୍ରେସ ଏକ ନୂତନ ଅଧ୍ୟକ୍ଷ ବାଛିବ। ସୂଚନାଯୋଗ୍ୟ ଅଗଷ୍ଟ ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ମୁଖ୍ୟ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି।

ମତାମତ ଦିଅନ୍ତୁ ।