ରାଜଧାନୀରେ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗର ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏସଟିଏଫ୍ ଟିମ୍ ବରମୁଣ୍ଡା ବସଷ୍ଟାଣ୍ଡରେ ଚଢଉ କରି ୧ କିଲୋ ୧୭୦ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି। ଏହି ମାମଲାରେ ଏସଟିଏଫ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଆଁ ସେକ୍ ହାସିମ୍ ବକ୍ସ। ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ଶେଖପାଳ ଝାଡ଼େଶ୍ଵରପୁର ଗ୍ରାମରେ ବୋଲି ଜଣାଯାଇଛି।

ମତାମତ ଦିଅନ୍ତୁ ।