ରାଜଧାନୀରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ। ପୋଲିସ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ଗ୍ରାହକ ଓ ଜଣେ ମହିଳାଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ବଡ଼ଗଡ଼ କେନାଲ ରୋଡ ସାଇ ଶ୍ରୀ ଏନକ୍ଲେଭରେ କିଛି ଦିନ ଧରି ସେକ୍ସ ରାକେଟ୍ ଚାଲିଥିବା ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ସେଥିପାଇଁ ଆପାର୍ଟମେଣ୍ଟର ଉପରେ ନଜର ରଖିଥିଲା। ମଙ୍ଗଳବାର କିଛି ଅଜଣା ପୁଅ ଓ ଝିଅ ସେହି ଫ୍ଲାଟରେ ଥିବା ଖବର ପାଇ ପୋଲିସ ରେଡ୍ କରିଥିଲା। ସେଠାରୁ ଗଞ୍ଜାମର ଦୁଇଜଣ ପୁଅ ଓ ଦୁଇ ଝିଅ ଧରାପଡିଛନ୍ତି। ଝିଅ ଦୁଇଜଣଙ୍କ ମଧ୍ୟରୁ ଜଣେ ପୁରୀ ଓ ଅନ୍ୟଜଣଙ୍କ କେନ୍ଦ୍ରାପଡ଼ାର ବୋଲି ଲକ୍ଷ୍ମୀସାଗର ଆଇଆଇସି ଭରତ ସାହୁ ସୂଚନା ଦେଇଛନ୍ତି।

ଧରାପଡିଥିବା ପୁଅଝିଅମାନେ ଅନୈତିକ କାମରେ ଲିପ୍ତ ଥିବାର ପ୍ରମାଣ ରହିଛି। ଏହି ଘଟଣାରେ ସେକ୍ସ ରାକେଟ୍ ଚଳାଇଥିବା ମହିଳା ଓ ଦୁଇଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି। ଫ୍ଲାଟଟି ମହିଳାଙ୍କ ମା’ଙ୍କ ନାଁରେ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button