ରାଜସ୍ଥାନ ଅଡିଓ କ୍ଲିପ୍ ଘଟଣା: ସିବିଆଇ ଯାଂଚ ଦାବିକଲା ବିଜେପି

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ପ୍ରତି ମୂହର୍ତରେ ରାଜନୈତିକ ଦଳ ଗୁଡ଼ିକ ଭିନ୍ନ ଭିନ୍ନ ଦାବି କରୁଛନ୍ତି । କଂଗ୍ରେସ ବିଧାୟକଙ୍କ କିଣିବା ଲାଗି ପଇସା କାରବାର କରାଯାଉଥିବା ନେଇ ଏକ ଅଡିଓ କ୍ଲିପ୍ ଭାଇରାଲ ହେବା ପରେ କଂଗ୍ରେସ ଏଥିରେ ବିଜେପିର ସମ୍ପୃକ୍ତି ଥିବା କହି ଯାଂଚ ପାଇଁ କହିଥିଲା । ତେବେ ବିଜେପି ଆଜି ଘଟଣାରେ ଟୁଇଷ୍ଟ ଆଣି ଏହାର ଯାଂଚ ସିବିଆଇ ଦ୍ୱାରା କରାଯିବାକୁ ଦାବି କରିଛି । ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଦିଲ୍ଲୀଠାରେ ଏକ ପ୍ରେସ ମିଟ୍‌ରେ ଫୋନ୍ ଟ୍ୟାପିଂକୁ ବେଆଇନ୍ ବୋଲି କହିବା ସହ କଂଗ୍ରେସକୁ ୬ଟି ପ୍ରଶ୍ନ ପଚାରିଛନ୍ତି । ଏହି ଘଟଣାରେ କଂଗ୍ରେସ ଫାଇଦା ନେବାକୁ ଚାହୁଁଥିବାରୁ ରାଜ୍ୟର ଏଜେନ୍ସି ଦ୍ୱାରା ଯାଂଚ ନ କରାଯାଇ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଯାଂଚ କରାଗଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଥିଲେ ।

ମତାମତ ଦିଅନ୍ତୁ ।