ରାଜ୍ୟରେ ୧୦,୪୧୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

ଭୁବନେଶ୍ଵର : ରାଜ୍ୟରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୪୬୦୭ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୮୮୭ ଜଣ କ୍ଵାରେଣ୍ଟାଇନ୍‌ ଓ ୪୫୨୬ ଜଣ ସ୍ଥାନୀୟ ଅଞ୍ଚଳର। ସେହିପରି ଆଜି ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ଜଣ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨,୦ ୫୪କୁ ବୃଦ୍ଧି ପାଇଛି।

ଶନିବାର ସୂଚନା ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୩୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୨୪ଜଣ, ବରଗଡ଼ ୫୧୧, ଭଦ୍ରକ ୨୦୧, ବଲାଙ୍ଗୀର ୧୬୦, ବୌଦ୍ଧ ୮୭, କଟକ ୮୨୮, ଦେଓଗଡ଼ ୧୦୩, ଢେଙ୍କାନାଳ ୪୨, ଗଜପତି ୧୫୬, ଗଞ୍ଜାମ ୨୩୨, ଜଗତସିଂହପୁର ୪୪୨, କଳାହାଣ୍ଡି ୫୫, କେନ୍ଦ୍ରାପଡ଼ା ୭୭, କେନ୍ଦୁଝର ୧୨୬, ଖୋର୍ଦ୍ଧା ୧୭୯୬, କୋରାପୁଟ ୬୮, ମାଲକାନଗିରି ୫୪, ମୟୁରଭଞ୍ଜ ୨୪୭, ନବରଙ୍ଗପୁର ୩୭୮, ନୟାଗଡ଼ ୨୧୮, ନୂଆପଡ଼ା ୪୧୮, ପୁରୀ ୫୩୩, ରାୟଗଡ଼ା ୨୦୦, ସମ୍ବଲପୁର ୪୨୬, ସୋନପୁର ୧୩୦, ସୁନ୍ଦରଗଡ଼ ୧୧୦୦ ଓ ଷ୍ଟେଟ ପୁଲ୍‌ରୁ ୩୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪୫୪୬୦୭ ଥିବା ବେଳେ ସେଥିରୁ ୬୭୦୮୬ଟି ରହିଛି ଆକ୍ଟିଭ୍‌ କେସ୍‌। ୩୮୫୪୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button