ରାଜ୍ୟରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୫୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୪ ହଜାର ୨୨୦। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ଏହାଛଡା କରୋନାରେ ଆଜି ଆଉ ୪ ଜଣଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪ ଛୁଇଁଛି।

ମଙ୍ଗଳବାର ବିଭାଗ ଦେଇଥିବା ୨୩ ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରୁ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୮, ବରଗଡ ୩, ଭଦ୍ରକ ୧, ବଲାଙ୍ଗୀରି ୫, ବୌଦ୍ଧ ୭, କଟକ ୩୯, ଢେଙ୍କାନାଳ ୨, ଗଜପତିରୁ ୨୯, ଜଗତସିଂପୁରରୁ ୧୫, ଯାଜପୁରରୁ ୧, ଝାରସୁଗୁଡା ୬, କେନ୍ଦ୍ରାପଡା ୧୦, କେଉଁଝରରୁ ୨୨, ଖୋର୍ଦ୍ଧା ୮୭, ମାଲକାନଗିରି ୧୧, ମୟୂରଭଞ୍ଜ ୨୨, ନୟାଗଡ ୧, ପୁରୀ ୭, ରାୟଗଡା ୨୪, ସମ୍ବଲପୁର ୨ ଓ ସୁନ୍ଦରଗଡ ଜିଲ୍ଲାରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।