ରାଜ୍ୟରେ ୧୬୦୨ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ୧୬୦୨ ଜଣ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୦୯ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶନିବାର ଭିଭାଗ ଦେଇଥିବା ୨୯ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୩୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯ ଜଣ, ବରଗଡ ୧୩, ଭଦ୍ରକରୁ ୨୦ ଜଣ, ବଲାଙ୍ଗୀରି ୩୮, ବୌଦ୍ଧ ୯, କଟକରୁ ୫୪ଜଣ, ଢେଙ୍କାନାଳ ୪୯, ଗଜପତି ୧୦୮, ଜଗତସିଂହପୁରରୁ ୧୯, ଯାଜପୁର ୪୪, ଝାରସୁଗୁଡା ୭, କଳାହାଣ୍ଡି ୩୦ ଜଣ, କନ୍ଧମାଳ ୪୫, କେନ୍ଦ୍ରାପଡ଼ାରୁ ୧୫ ଜଣ, କେନ୍ଦୁଝର ୩୧, ଖୋର୍ଦ୍ଧାରୁ ୨୮୫ଜଣ, କୋରାପୁଟ ୪୬, ମାଲକାନଗିରି ୩୦, ମୟୂରଭଞ୍ଜ ୩୯, ନବରଙ୍ଗପୁର ୯, ନୟାଗଡ଼ରୁ ୩୩ ଜଣ, ନୂଆପଡା ୫, ପୁରୀ ୫୦, ରାୟଗଡା ୧୬୪, ସମ୍ବଲପୁର ୩୯, ସୋନପୁର ୬, ଓ ସୁନ୍ଦରଗଡ଼ରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।