ରାଜ୍ୟରେ ୬୧୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୬୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୪ ହଜାର ୮୯୮। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ଜଣ କ୍ଵାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨୦୭ ଜଣ ସ୍ଥାନୀୟ ବାସିନ୍ଦା। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଏହାଛଡା କରୋନାରେ ଆଜି ଆଉ ୩ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର ୨ ଜଣ ଓ ଭୁବନେଶ୍ଵର ଜଣେ ରହିଛନ୍ତି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ ଛୁଇଁଛି।
ବୁଧବାର ବିଭାଗ ଦେଇଥିବା ୨୨ ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରୁ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୪ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୬୧, ଭଦ୍ରକ ୧, ବୌଦ୍ଧ ୨, ବଲାଙ୍ଗୀରି ୨, କଟକ ୧୬, ଢେଙ୍କାନାଳ ୨, ଜଗତସିଂପୁରରୁ ୨୬, ଯାଜପୁରରୁ ୫, ଝାରସୁଗୁଡା ୧, କେନ୍ଦ୍ରାପଡା ୯, କେଉଁଝରରୁ ୫, ଖୋର୍ଦ୍ଧା ୧୦୭, କୋରାପୁଟ ୧, ମାଲକାନଗିରି ୧୩, ମୟୂରଭଞ୍ଜ ୨୧, ନୟାଗଡ ୧୫, ପୁରୀ ୫, ରାୟଗଡା ୧, ସମ୍ବଲପୁର ୧୦ ଓ ସୁନ୍ଦରଗଡ ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।