ରାଜ୍ୟରେ ଆଜି ୧୦୬୮ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ୧୦୬୮ ଜଣ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୦୬ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୧୭୫ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବୁଧବାର ଭିଭାଗ ଦେଇଥିବା ୨୮ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯ ଜଣ, ବରଗଡ ୫, ଭଦ୍ରକରୁ ୪ ଜଣ, ବଲାଙ୍ଗୀରି ୨୬, କଟକରୁ ୬୧ଜଣ, ଦେବଗଡ ୨, ଢେଙ୍କାନାଳ ୧, ଗଜପତି ୮୮, ଜଗତସିଂହପୁରରୁ ୩, ଯାଜପୁର ୧୨, ଝାରସୁଗୁଡା ୧୨, କଳାହାଣ୍ଡି ୧୯ଜଣ, କନ୍ଧମାଳ ୧୧, କେନ୍ଦ୍ରାପଡ଼ାରୁ ୮ ଜଣ, ଖୋର୍ଦ୍ଧାରୁ ୧୯୪ଜଣ, କୋରାପୁଟ ୬୬, ମାଲକାନଗିରି ୧, ମୟୂରଭଞ୍ଜ ୨୦, ନବରଙ୍ଗପୁର ୨୬, ନୟାଗଡ଼ରୁ ୨୯ ଜଣ, ନୂଆପଡା ୧୧, ପୁରୀ ୧୬, ରାୟଗଡା ୨୪, ସମ୍ବଲପୁର ୨୧, ସୋନପୁର ୨, ଓ ସୁନ୍ଦରଗଡ଼ରୁ ୧୧୨ ଜଣ ଚିହ୍ନଟ ହୋଇଛନ୍ତି।

  ପାଇଲଟଙ୍କ ବିରୋଧରେ ଅଭିନେତ୍ରୀ ଆଣିଲେ ଦୁଷ୍କର୍ମ ଅଭିଯୋଗ

ଦେହିପରି କରୋନା ଆଜି ରାଜ୍ୟଏଊ ଆଉ ୫ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ, ବାଲେଶ୍ୱର, କନ୍ଧମାଳ, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି।

ମତାମତ ଦିଅନ୍ତୁ ।