ରାଜ୍ୟରେ ଆଜି ୧୬୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୬୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୮୬ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୦୯ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୫୮୨ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଆଜି କରୋନା ୧୫ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ମୟୁରଭଞ୍ଜ, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୋଳ, ବାଲେଶ୍ଵର, ବରଗଡ, ଭଦ୍ରକ, ଗଜପତି, ଝାରସୁଗୁଡା, କନ୍ଧମାଳ, ପୁରୀ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ଶନିବାର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୨୮ଜଣ, ବରଗଡ଼ ୫୬ ଜଣ, ଭଦ୍ରକ ୩୫ ଜଣ, ବଲାଙ୍ଗୀର ୬୫ ଜଣ, ବୌଦ୍ଧ ୧୧ ଜଣ, କଟକ ୧୦୩ ଜଣ, ଦେଓଗଡ଼ ୧୧ ଜଣ, ଢେଙ୍କାନାଳ ୨୩ ଜଣ, ଗଜପତି ୭ ଜଣ, ଗଞ୍ଜାମ ୪୫ ଜଣ, ଜଗତସିଂହପୁର ୭୭ ଜଣ, ଯାଜପୁର ୫୭ ଜଣ, ଝାରସୁଗୁଡ଼ା ୪୫ ଜଣ, କଳାହାଣ୍ଡି ୩୬ ଜଣ, କନ୍ଧମାଳ ୩୪ ଜଣ, କେନ୍ଦ୍ରାପଡ଼ା ୪୨ ଜଣ, କେନ୍ଦୁଝର ୭୩ ଜଣ, ଖୋର୍ଦ୍ଧା ୧୮୩ ଜଣ, କୋରାପୁଟ ୪୫ ଜଣ, ମାଲକାନଗିରି ୩୭ ଜଣ, ମୟୁରଭଞ୍ଜ ୪୫ ଜଣ, ନବରଙ୍ଗପୁର ୫୧ ଜଣ, ନୟାଗଡ଼ ୩୨ ଜଣ, ନୂଆପଡ଼ା ୯୨ ଜଣ, ପୁରୀ ୫୧ ଜଣ, ରାୟଗଡ଼ା ୧୭ ଜଣ, ସମ୍ବଲପୁର ୪୨ଜଣ, ସୋନପୁର ୨୪ ଜଣ, ସୁନ୍ଦରଗଡ଼ ୧୧୦ଜଣ ଓ ଷ୍ଟେଟ ପୁଲ୍‌ରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।