ରାଜ୍ୟରେ ଆଜି ୧୯୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୯୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୨୦ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୧୧ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଆଜି କରୋନା ୧୩ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି।

ବୁଧବାର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୧୨୦ଜଣ, ବାଲେଶ୍ୱର ଜିଲ୍ଲାରୁ ୭୩ ଜଣ, ବରଗଡ଼ ୬୬ ଜଣ, ଭଦ୍ରକ ୬୪ ଜଣ, ବଲାଙ୍ଗୀର ୬୪ ଜଣ, ବୌଦ୍ଧ ୭ ଜଣ, କଟକ ୧୫୩ ଜଣ, ଦେଓଗଡ଼ ୯ ଜଣ, ଢେଙ୍କାନାଳ ୩୫ ଜଣ, ଗଜପତି ୯ ଜଣ, ଗଞ୍ଜାମ ୨୭ ଜଣ, ଜଗତସିଂହପୁର ୭୮ ଜଣ, ଯାଜପୁର ୬୭ ଜଣ, ଝାରସୁଗୁଡ଼ା ୫୬ ଜଣ, କଳାହାଣ୍ଡି ୪୫ ଜଣ, କନ୍ଧମାଳ ୪୬ ଜଣ, କେନ୍ଦ୍ରାପଡ଼ା ୬୧ ଜଣ, କେନ୍ଦୁଝର ୬୫ ଜଣ, ଖୋର୍ଦ୍ଧା ୨୭୩ ଜଣ, କୋରାପୁଟ ୨୯ ଜଣ, ମାଲକାନଗିରି ୩୮ ଜଣ, ମୟୁରଭଞ୍ଜ ୯୯ ଜଣ, ନବରଙ୍ଗପୁର ୬୨ ଜଣ, ନୟାଗଡ଼ ୨୩ ଜଣ, ନୂଆପଡ଼ା ୪୩ ଜଣ, ପୁରୀ ୨୭ ଜଣ, ରାୟଗଡ଼ା ୨୫ ଜଣ, ସମ୍ବଲପୁର ୩୭ ଜଣ, ସୋନପୁର ୩୦ ଜଣ, ସୁନ୍ଦରଗଡ଼ ୧୦୪ ଜଣ ଓ ଷ୍ଟେଟ ପୁଲରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।