ରାଜ୍ୟରେ ଆଜି ୨୧୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୧୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୫୧ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୮୭ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୫ ଜଣଙ୍କ ଜୀବନ ଯାଇଥିବାରୁ ମୋଟ ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇଛି।

ଶୁକ୍ରବାର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୧୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୫୭, ବରଗଡ଼ ୭୩ଜଣ, ଭଦ୍ରକ ୪୭ଜଣ, ବଲାଙ୍ଗୀର ୭୯ଜଣ, ବୌଦ୍ଧ ୨୧ଜଣ, କଟକ ୧୫୬ଜଣ, ଦେବଗଡ଼ ୯ଜଣ, ଢେଙ୍କାନାଳ ୩୮ଜଣ, ଗଜପତି ୮ଜଣ, ଗଞ୍ଜାମ ୧୮ଜଣ, ଜଗତସିଂହପୁର ୬୬ଜଣ, ଯାଜପୁର ୭୧ଜଣ, ଝାରସୁଗୁଡ଼ା ୫୫ଜଣ, କଳାହାଣ୍ଡି ୫୧ଜଣ, କନ୍ଧମାଳ ୨୪ଜଣ, କେନ୍ଦ୍ରାପଡ଼ା ୭୨ଜଣ, କେନ୍ଦୁଝର ୪୬ଜଣ, ଖୋର୍ଦ୍ଧା ୩୬୧ଜଣ, କୋରାପୁଟ ୩୮ଜଣ, ମାଲକାନଗିରି ୫୫ଜଣ, ମୟୁରଭଞ୍ଜ ୧୧୯ଜଣ, ନବରଙ୍ଗପୁର ୨୧ଜଣ, ନୟାଗଡ଼ ୩୧ଜଣ, ନୂଆପଡ଼ା ୪୧ଜଣ, ପୁରୀ ୭୩ଜଣ, ରାୟଗଡ଼ା ୨୫ଜଣ, ସମ୍ବଲପୁର ୫୩ଜଣ, ସୋନପୁର ୮୦ଜଣ, ସୁନ୍ଦରଗଡ଼ ୧୩୭ଜଣ ଓ ଷ୍ଟେଟ ପୁଲ୍‌ରୁ ୬୨ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।