ରାଜ୍ୟରେ ଆଜି ୨୬୧୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୬୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୫୨୧ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୦୯୬ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୨୪ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ କଟକ ଓ ପୁରୀରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧା, ବାଲେଶ୍ଵର ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ନବରଙ୍ଗପୁର, କେନ୍ଦୁଝର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ସୋମବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୫୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୧୫ଜଣ, ବାଲେଶ୍ୱର ୭୯ ଜଣ, ବରଗଡ଼ ୧୪୮ଜଣ, ଭଦ୍ରକ ୪୯ଜଣ, ବଲାଙ୍ଗୀର ୧୦୯ ଜଣ, ବୌଦ୍ଧ ୧୮ଜଣ, କଟକ ୧୩୬ ଜଣ, ଦେଓଗଡ଼ ୧୮ଜଣ, ଢେଙ୍କାନାଳ ୭୪ ଜଣ, ଗଜପତି ୭ ଜଣ, ଗଞ୍ଜାମ ୪୩ଜଣ, ଜଗତସିଂହପୁର ୪୫ଜଣ, ଯାଜପୁର ୧୧୨ଜଣ, ଝାରସୁଗୁଡ଼ା ୪୬ଜଣ, କଳାହାଣ୍ଡି ୪୪ଜଣ, କନ୍ଧମାଳ ୩୨ଜଣ, କେନ୍ଦ୍ରାପଡ଼ା ୧୩୨ଜଣ, କେନ୍ଦୁଝର ୧୦୭ଜଣ, କୋରାପୁଟ ୪୩ଜଣ, ମାଲକାନଗିରି ୬୭ଜଣ, ମୟୁରଭଞ୍ଜ ୧୦୧ଜଣ, ନବରଙ୍ଗପୁର ୫୯ଜଣ, ନୟାଗଡ଼ ୩୮ଜଣ, ନୂଆପଡ଼ା ୫୮ଜଣ, ପୁରୀ ୭୯ ଜଣ, ରାୟଗଡ଼ା ୨୬ଜଣ, ସମ୍ବଲପୁର ୧୦୬ ଜଣ, ସୋନପୁର ୨୩ଜଣ, ସୁନ୍ଦରଗଡ଼ ୯୧ଜଣ, ଷେ୍ଟ ପୁଲ୍‌ରୁ ୧୦୬ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।