ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୭୭୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୧୯୧ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୫୮୬ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୮୯୪କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ କଟକର ୩ ଜଣ ଥିବା ବେଳେ ଖୋର୍ଦ୍ଧା ୨ ଜଣ ଓ ବଲାଙ୍ଗିର, ଯାଜପୁର, କନ୍ଧମାଳ, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏ ରହିଛନ୍ତି।

ଶନିବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୮୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୧୫, ବାଲେଶ୍ଵର ୧୨୭, ବରଗଡ ୧୩୯, ଭଦ୍ରକ ୬୭, ବଲାଙ୍ଗୀରି ୫୧, ବୋଦ୍ଧ ୨୬, କଟକ ୩୬୮, ଦେବଗଡ ୧୪, ଢେଙ୍କାନାଳ ୬୭, ଗଜପତି ୧୩, ଗଞ୍ଜାମ ୫୮, ଜଗତସିଂହପୁର ୧୦୦, ଯାଜପୁର ୧୩୩, ଝାରସୁଗୁଡା ୭୦, କଳାହାଣ୍ଡି ୭୦, କନ୍ଧମାଳ ୪୯, କେନ୍ଦ୍ରାପଡ଼ା ୧୪୮, କେନ୍ଦୁଝର ୭୮, କୋରାପୁଟ ୯୮, ମାଲକାନଗିରି ୨୬, ମୟୂରଭଞ୍ଜ ୫୮, ନବରଙ୍ଗପୁର ୧୦୭, ନୟାଗଡ ୭୧, ନୂଆପଡା ୭୩, ପୁରୀ ୨୩୭, ରାୟଗଡ଼ା ୭୫, ସମ୍ବଲପୁର ୧୧୨, ସୁବର୍ଣ୍ଣପୁରରୁ ୭୨ ଓ ସୁନ୍ଦରଗଡ ଜିଲ୍ଲାରୁ ୧୪୮ଜଣ ଏବଂ ଷ୍ଟେଟ ପୁଲରୁ ୧୯୨ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।