ରାଜ୍ୟରେ ଆଜି ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୨୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୫୦୨ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୭୩୯ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୬୯ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଲେଖାଏ ରହିଥିବା ବେଳେ ଗଜପତି ଜିଲ୍ଲାରୁ ୨ ଜଣ, କଟକ, ବାଲେଶ୍ୱର, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ରହିଛନ୍ତି ।

ଗୁରୁବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୮୪, ବାଲେଶ୍ଵର ୧୪୧, ବରଗଡ ୧୪୯, ଭଦ୍ରକ ୭୨, ବଲାଙ୍ଗୀରି ୪୪, ବୋଦ୍ଧ ୯୪, କଟକ ୩୮୯, ଦେବଗଡ ୬, ଢେଙ୍କାନାଳ ୮୬, ଗଜପତି ୨୩, ଗଞ୍ଜାମ ୭୫, ଜଗତସିଂହପୁର ୧୨୬, ଯାଜପୁର ୧୫୦, ଝାରସୁଗୁଡା ୧୧୧, କଳାହାଣ୍ଡି ୧୧୪, କନ୍ଧମାଳ ୧୧୬, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୭୭, କୋରାପୁଟ ୯୮, ମାଲକାନଗିରି ୨୮, ମୟୂରଭଞ୍ଜ ୧୪୭, ନବରଙ୍ଗପୁର ୧୦୭, ନୟାଗଡ ୯୪, ନୂଆପଡା ୯୯, ପୁରୀ ୨୯୧, ରାୟଗଡ଼ା ୬୬, ସମ୍ବଲପୁର ୯୧, ସୁବର୍ଣ୍ଣପୁରରୁ ୧୨୯ ଓ ସୁନ୍ଦରଗଡ ଜିଲ୍ଲାରୁ ୧୪୫ ଜଣ ଏବଂ ଷ୍ଟେଟ ପୁଲରୁ ୩୩୦ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।