ରାଜ୍ୟରେ ଚିହ୍ନଟ ହେଲେ ୯୮୮୯ କରୋନା ଆକ୍ରାନ୍ତ

0

ଭୁବନେଶ୍ୱର : ରାଜ୍ୟରେ ଆଜି ୯,୮୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଇପରି ଆଜି ୧୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ ଜଣ, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ୭୯୦ ବରଗଡ଼ ୪୮୩, ସମ୍ବଲପୁର ୪୭୦, ଅନୁଗୋଳ ୪୪୩, କଳାହାଣ୍ଡି ୪୧୪, ପୁରୀ ୪୩୬, ଝାରସୁଗୁଡ଼ା ୩୮୬, ନୂଆପଡ଼ା ୩୩୫, ବଲାଙ୍ଗିର ୩୨୬, ଯାଜପୁର ୨୮୨, ମୟୂରଭଞ୍ଜ ୨୪୩ ଓ ନୟାଗଡ଼ ୨୨୩, କେନ୍ଦୁଝର ୧୯୫, ସୁବର୍ଣ୍ଣପୁର ୧୫୮, ଜଗତସିଂହପୁର ୧୫୬, ବାଲେଶ୍ୱର ୧୫୧, କେନ୍ଦ୍ରାପଡ଼ା ୧୩୩, ବୌଦ୍ଧ ଓ ରାୟଗଡ଼ା ୧୨୯ ଲେଖାଏଁ, ଗଜପତିରୁ ୧୧୭, କୋରାପୁଟ ୯୪, ମାଲକାନଗିରି ୮୬, ଦେବଗଡ଼ ୭୫, କନ୍ଧମାଳ ଓ ଭଦ୍ରକରୁ ୫୨ ଲେଖାଏଁ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.