ରାଜ୍ୟରେ ଜୁନ ୧୭ ଯାଏଁ ବଢିଲା ଲକଡାଉନ

ଭୁବନେଶ୍ଵର : ରାଜ୍ୟରେ ଜୁନ ୧୭ ଯାଏଁ ବଢିଲା ଲକ୍‌ଡାଉନ୍‌। ଏହାଛଡା ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିବ। କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧିକୁ ଜୁନ ୧୭ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସଟ୍‌ଡାଉନ୍‌ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ତେବେ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି। ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ। ଏହାବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ। ଏହି ସମୟରେ ସ୍ଵାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ।

Leave a Reply

Your email address will not be published. Required fields are marked *

Back to top button