ରାଜ୍ୟରେ ରେମ୍‌ଡେସିଭିର ଅଭାବ ନାହିଁ

ଭୁବନେଶ୍ୱର ; ରାଜ୍ୟର ସରକାରୀ ମେଡିକାଲରେ ରେମଡେସିଭିର ଅଭାବ ନାହିଁ। ରାଜ୍ୟପାଇଁ ଦିନକୁ ୧୨ଶହ ରେମଡେସିଭିର ଆବଶ୍ୟକ ଥିବା ବେଳେ ଏବେ ଆମ ପାଖରେ ୪୩ ହଜାର ରେମ୍‌ଡେସିଭିର ଗଚ୍ଛିତ ରହିଛି। ଆସନ୍ତା କାଲି ଆଉ ୨୧ ହଜାର ରେମ୍‌ଡେସିଭିର ଆମ ପାଖରେ ପହଞ୍ଚିବ। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଶୁକ୍ରବାର ଶ୍ରୀ ମହାପାତ୍ର କହିଛନ୍ତି କୋଭିଡ୍‌ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ନଆସି ହୋମ୍‌ ଆଇସୋଲେସନରେ ରହନ୍ତୁ। ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ। ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଅନ୍ତୁ। ଯେଉଁମାନଙ୍କର ଜରୁରୀ ସେମାନେ ହସ୍ପିଟାଲ ଆସନ୍ତୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button