ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର : ଓଡିଶାରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ। କିନ୍ତୁ ପଶ୍ଚିମବଙ୍ଗ, ଦିଲ୍ଲୀ ଓ ଛତିଶଗଡ଼ରେ ଚିହ୍ନଟ ହୋଇଛି। ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି। ଏହାକୁ କୋଭିଡ ଟିକା ରୋକିବ କି ନାହିଁ ତାହାର ଅନୁଧ୍ୟାନ ଚାଲିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଶ୍ରୀ ପାନିଗ୍ରାହୀ କହିଛନ୍ତି ଦ୍ଵିତୀୟ ଡୋଜ କରୋନା ଟିକା ନେବା ପରେ ସଂକ୍ରମଣ କମ ହେବା ଆଶଙ୍କା ରହିଛି। ତେଣୁ ୨ୟ ଡୋଜ ନିଅନ୍ତୁ। ରାଜ୍ୟ ସରକାର ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ। ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ୬୦୦ ଟଙ୍କାରେ ଟିକା କିଣିବେ। ୧୩ କୋଟିରୁ ଅଧିକ ଟିକା ଭାରତବର୍ଷରେ ଦିଆସରିଛି। ଓଡ଼ିଶାରେ ୫୪ ଲକ୍ଷ ଡୋଜ ଦିଆଯାଇଛି। ଟିକା ନେଲେ ମୃତ୍ୟୁ ହାର କମ୍ ରହିବ ଓ ଅଧିକ ସଂକ୍ରମଣ ହେବ ନାହିଁ।

ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି। ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ। ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ। ସୋମବାର ଠାରୁ ଶୁକ୍ରବାର ଟିକାକରଣ ଚାଲୁରହିବ। ଟିକା ଅଭାବରୁ ୮୦୦ କେନ୍ଦ୍ର ବନ୍ଦ ଅଛି। ମେ ୧ତାରିଖରୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଭାରତ ସରକାର ଗାଇଡଲାଇନ ଅନୁସାରେ କରାଯିବ।

Leave a Reply

Your email address will not be published. Required fields are marked *

Back to top button