Breaking Newsରାଜ୍ୟ

ରାଜ୍ୟରୁ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୬  ମୁଣ୍ଡ ନେଇଛି କରୋନା। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଜଣ ଓ ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୨ ମହିଳା ଓ ୪ ପୁରୁଷ ଅଛନ୍ତି। ଏହି ମହିଳାଦ୍ୱୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଓ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର।

ଗଞ୍ଜାମରେ କରୋନାରେ ମରିଥିବା ୪ ପୁରୁଷଙ୍କ ବୟସ ୬୯, ୬୩, ୪୧, ୫୭ ହୋଇଥିବା ବେଳେ ମହିଳାଙ୍କ ବୟସ ୫୧ ବର୍ଷ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୪୧, ୬୩ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପ, ୫୭ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ମହିଳାଜଣକ ମଧୁମେହରେ ପୀଡ଼ିତ ଥିଲେ। ସେହିପରି ଖୋର୍ଦ୍ଧାର ୮୬ ବର୍ଷୀୟା ବୃଦ୍ଧା ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।

Back to top button