ରକ୍ତଦାନ ଶିବିର

ଭୁବନେଶ୍ଵର: ଆଜି ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ସହଯୋଗରେ ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, କମିଶନରେଟ ପୋଲିସ ଏସିପି ଲଳିତେନ୍ଦୁ ମହାନ୍ତି ଓ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ରଙ୍କ ଦ୍ଵାରା ଶିବିର ଉଦଘାଟିତ ହୋଇଥିଲା। ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଶିବିର ପରିଚାଳନା କରିଥିଲେ। କରୋନା ମହାମାରୀ ସମୟରେ ସମର୍ପିତ ଓଡିଶାର ଏହା ୨୦ତମ ଓ କମିଶନରେଟ ପୋଲିସ ସହଭାଗିତାରେ ସପ୍ତମ ଶିବିର ଅଟେ।

ମତାମତ ଦିଅନ୍ତୁ ।