ରାମଚନ୍ଦ୍ରପୁର: ଆଗରଦା ଗାଁରେ ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ଆଗରଦା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଖବର ଅନୁଯାୟୀ ଗାଁ ପାଖରେ ଥିବା ଏକ ପଡିଆରେ ମନରେଗା ଯୋଜନାରେ କାମ ଚାଲିଥିଲା। ଏହି ସମୟରେ ଗ୍ରାମର ଦୁଃଶାସନ ସ୍ଵାଇଁଙ୍କ ୩ ପୁଅଙ୍କ ସହିତ କାମ କରୁଥିବା ଲୋକଙ୍କର ବଚସା ହୋଇଥିଲା। ସେମାନେ ଅଭିଯୋଗ କରିଥିଲେ କାମ ଯୋଗୁଁ ତାଙ୍କ ଚାଷଜମି କ୍ଷତିଗ୍ରସ୍ତ ହେବ। ଏହାକୁ ନେଇ ଉଭୟ ପକ୍ଷ ହାତାହାତି ହେବାରୁ ୪ ଜଣ ଆହତ ହୋଇଥିଲେ। ସେମାନକ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ନିକଟସ୍ଥ ସାଇଁକୁଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଁଞ୍ଚି ଉଭୟ ପକ୍ଷରୁ ଦୁଇଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।